ଖବର ଆଜିର


 

*ଖବର ଆଜିର*
ତାରିଖ ୧୮-୧୨-୨୦ ଶୁକ୍ରବାର

Published by- Google

୧-ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ : ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତ ୨୩୩/୬, ଚମକିଲେ କୋହଲି, ନିରାଶ କଲେ ପୃଥ୍ବୀ ।

୨-କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚାଷୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। କୃଷି ମନ୍ତ୍ରୀ ତାଙ୍କର 8 ପୃଷ୍ଠାର ଚିଠିରେ କେନ୍ଦ୍ରର ନୂତନ କୃଷି ନିୟମର ଗୁଣ ବର୍ଣ୍ଣନା କରିଛନ୍ତି।

୩-ବିଧାନସଭାରେ କୃଷି ଆଇନ କପିକୁ ଚିରିଲେ କେଜ୍ରିଓ୍ବାଲ ।

୪-ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କଲେ ମୁମ୍ବାଇ ମଡ଼େଲ; ମହାରାଷ୍ଟ୍ର ପୁଲିସକୁ ରିପୋର୍ଟ ତଲବ ।

୫-ପରୀ ହତ୍ୟା ମାମଲାର ତଦନ୍ତ ବିଶେଷ ଭାବେ ଅଗ୍ରଗତି କରିନାହିଁ: ହାଇକୋର୍ଟ ।

୬-ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ: ଅନଲାଇନ୍‌ରେ ଉପଲବ୍ଧ ହେବ ୨୨ ପ୍ରକାର ସେବା ।

୭-୧୯୬୫ ଯୁଦ୍ଧରେ ନଷ୍ଟ ରେଳ ସଂଯୋଗର ହେବ ପୁନରୁଦ୍ଧାର, ଚୁକ୍ତି ସ୍ଵାକ୍ଷର କଲେ ଭାରତ-ବାଂଲାଦେଶ ।

୮-Covid ବିରୋଧରେ କରୋନା ଭାକ୍ସିନ ନୁହେଁ ଅମୋଘ ଅସ୍ତ୍ର, ପାଳନ କରିବାକୁ ହେବ ନିୟମ: WHO

୯-ମମତାଙ୍କ ଉପରେ ମାଡି ଆସୁଛି ବିପଦ । ଶୁଭେନ୍ଦୁଙ୍କ ପରେ ବିଧାୟକ ପଦରୁ ଇସ୍ତଫା ଦେଲେ ଆସନସୋଲ ବିଧାୟକ । ଇସ୍ତଫା ଦେବା ଲାଇନରେ ଆହୁରି ଅନେକ

୧୦-ଇସ୍ରୋର ସଫଳତା: ମହାକାଶକୁ ପ୍ରେରଣ କଲା ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧ ।ବଢିବ ଟିଭି, ମୋବାଇଲ ସିଗ୍‌ନାଲ ।

୧୧-ଇପିଏଫ ପେନସନଭୋଗୀଙ୍କ ମାସିକ ପେନସନ ପରିମାଣ ବୃଦ୍ଧି ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ।

୧୨-ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇପାରିବନି ଋଷ -ଦୁଇ ବର୍ଷ ପ୍ରତିବନ୍ଧକ ଲାଗିଲା ।

୧୩-ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପାକିସ୍ତାନୀ ବୋଲର ମହମ୍ମଦ ଆମୀର । ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ, ବାରମ୍ବାର ମାନସିକ ନିର୍ଯାତନା ଯୋଗୁଁ ନେଉଛି ଅବସର ।

୧୪-ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ: ରାଜ୍ୟ ଗ୍ରାହକଙ୍କ ପସନ୍ଦ ୮-୧୦ ଲକ୍ଷ ଟଙ୍କିଆ କାର୍‌ ।

୧୫-ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ଜେଡିୟୁର ଆଖି, ୭୫ଟି ଆସନରେ ଲଢ଼ିପାରେ ନୀତିଶଙ୍କ ଦଳ ।

 *ଶୁଭ ସକାଳ,ସୁପ୍ରଭାତ*

Click Hear for - DOWNLOAD 

Click Hear for - DOWNLOAD 

No comments:

Post a Comment